19-Oct-2026 1 min read 96 reads
Odia Kabita
Nali Pani Mo Premika

ନାଲି ପାଣି ମୋ ପ୍ରେମିକା

ଲେଖିକା : ଗାୟତ୍ରୀ ନାୟକ

ପ୍ରେମିକ ପ୍ରବୀଣ ମୁଁ ପ୍ରେମୀ ବୀରବର ତୋ ପ୍ରେମରେ ପଡି ଆଜି ମୁଁ ପାଗଳ |

ନାଲିଆ ରୂପ ତୋ ଆହାଃ କି ସୁନ୍ଦର ଆଖିଠାର ମାରି ତୁ ଯେବେ ମୋତେ ଡାକୁ ହୋଇଯାଏ ମୁଁ ବିଭୋର |

ଯେବେଠୁ ପଡିଲି ତୋ ପ୍ରେମେଲୋ ପାଠ ପଢ଼ାରେ ମୋ ରହିଲାନି ଧ୍ୟାନ ମନ ଖାଲି ଚାହିଁଲା ତତେଲୋ ଧନ |

ତୁଣ୍ଡକୁ ଛୁଇଁଲେ ତୁ ମୁଣ୍ଡ ଝାଇଁ ଝାଇଁ ନେତ୍ର ହୁଏ ନାଲି ନାଲି ପାଦ ହୁଏ ଟଳମଳ |

ତୁ ଥିଲେ ସାଥେ ଖରା, ବରଷା ଆଉ ଶୀତ କାକରକୁ ନ ଥାଏ ମୋର ଡର |

ତୋ ପାଇଁ ପରା ମୁଁ ପିତା - ମାତାଙ୍କର ଅଯୋଗ୍ୟ ସନ୍ତାନ ଘରଣୀକି ଦିଏ ମିଛ ପ୍ରତିଶୃତି ପୁଅ, ଝିଅଙ୍କ ମଥାରେ ରଖି ହାତ କହୁଥାଏ ସଦା ମିଛ |

ରାସ୍ତା କଡରେ ପଡି ରାତି କାଟିଦିଏ ନାଳ, ନର୍ଦ୍ଦମାର ଗୋଳିଆ ପାଣି ବି ଲାଗେ ମୋତେ ନିର୍ମଳ |

ତୋର ମୋର ଭାବଟା ଏତେ ଯେ ସୁଦୃଢ ଭାଙ୍ଗେନି ସହଜେ କେବେ ତୁ ପରା ମୋର ପ୍ରେମିକା ମୁଁ ପ୍ରେମିକ ତୋର |

❤️ ❦ ❤️

ଗାୟତ୍ରୀ ନାୟକ
Written by ଗାୟତ୍ରୀ ନାୟକ
Reader's Reactions (1)